ରାଜଧାନୀରେ ୬୪ ନୂଆ କରୋନା ପଜିଟିଭ ଚିହ୍ନଟ: କ୍ୱାରେଣ୍ଟାଇନରୁ ୧୭, ସ୍ଥାନୀୟ ସଂକ୍ରମଣ ୪୭ ରାଜ୍ୟ By Nitidin On Nov 7, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭ ଜଣ ଓ ସ୍ଥାନୀୟ ସଂକ୍ରମଣ ୪୭ଜଣ ରହିଛନ୍ତି। ଅନ୍ୟପଟେ ୮୭ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୬୪୭କୁ ବୃଦ୍ଧି ପାଇଥିବାବେଳେ ୨୮ ହଜାର ୫୭୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୭୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୭୪ ଜଣ ଚିକିତ୍ସିତ ହେଉଛନ୍ତି। Share