ରାଜ୍ୟରେ ଆଉ ୬୩୮ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୬୩୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶୂନରୁ ୧୮ ବର୍ଷ ମଧ୍ୟରେ ୧୧୦ଜଣ ରହିଛନ୍ତି। ଅନ୍ୟପଟେ କ୍ୱାରେଣ୍ଟାଇନରୁ ୩୬୭ଜଣ ଓ ସ୍ଥାନୀୟ ସଂକ୍ରମଣ ୨୭୧ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୦ହଜାର ୭୫୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପଜିଟିଭ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୬୦, କଟକ ଓ ଷ୍ଟେଟପୋଲରୁ ୫୭ ଲେଖାଏଁ, ଯାଜପୁରରୁ ୩୪, ବାଲେଶ୍ୱରରୁ ୨୩, କେନ୍ଦ୍ରାପଡ଼ା ଓ ପୁରୀରୁ ୨୧ ଲେଖାଏଁ, ମୟୁରଭଞ୍ଜରୁ ୨୦, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୧୯ ଲେଖାଏଁ ରହିଛନ୍ତି। ସେହିପରି ଅନୁଗୁଳରୁ ୧୬, ଭଦ୍ରକ ଓ ବୌଦ୍ଧରୁ ୧୨ ଲେଖାଏଁ, ଦେଓଗଡ଼ରୁ ୧୧, ଢେଙ୍କାନାଳରୁ ୧୦, ନୟାଗଡ଼,ରାୟଗଡ଼ା ଓ ସମ୍ବଲପୁରରୁ ୭ ଲେଖାଏଁ, ବରଗଡ଼ରୁ ୬, ଝାରସୁଗୁଡ଼ା ଓ ଗଞ୍ଜାମରୁ ୪ ଲେଖାଏଁ, ମାଲକାନଗିରିରୁ ୩, କନ୍ଧମାଳ ଓ କେଉଁଝରରୁ ୨ଲେଖାଏଁ, ଗଜପତି, କଳାହାଣ୍ଡିରୁ ଜଣେ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୦ହଜାର ୭୫୦ ହୋଇଥିବାବେଳେ ୯ଲକ୍ଷ ୯୨ହଜାର ୪୭୩ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୯୬୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୨୫୫ଜଣ ଚିକିତ୍ସିତ ହେଉଛନ୍ତି।