ତିନି ଦିନରେ ଛ’ ରେକର୍ଡ କଲା ‘ୱାର୍’

ହ୍ରିତିକ୍ ରୋଶନ୍ ଓ ଟାଇଗର୍ ଶ୍ରଫ୍ ଅଭିନୀତ ‘ୱାର୍’ ଫିଲ୍ମ ରିଲିଜର ତିନି ଦିନରେ ଛ’ଟି ରେକର୍ଡ କରିବା ସହିତ ଏ ବର୍ଷର ସବୁଠୁ ବଡ଼ ଫିଲ୍ମ ହେବାର ଗୌରବ ଲାଭ କରିଛି। ରିଲିଜ୍ ଦିନ ‘ୱାର୍’ କୋଡ଼ିଏ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ତୃତୀୟ ଦିନ ସୁଦ୍ଧା ସମୁଦାୟ ୧୦୦ କୋଟି ଟଙ୍କା ରୋଜଗାର କରିସାରିଛି। ଏହା ସହିତ ତିନି ଦିନରେ ‘ୱାର୍’ ଛ’ଟି ରେକର୍ଡ କରିସାରିଛି। ପ୍ରଥମ ତିନି ଦିନର ବ୍ୟବସାୟକୁ ଦେଖିଲେ ‘ୱାର୍’ ଏ ବର୍ଷର ସବୁଠୁ ବଡ଼ ଫିଲ୍ମ ପାଲଟିଛି।

ଦ୍ୱିତୀୟରେ ଗାନ୍ଧୀ ଜୟନ୍ତୀରେ ରିଲିଜ୍ ଫିଲ୍ମଗୁଡ଼ିକୁ ହିସାବକୁ ନେଲେ ‘ୱାର୍’ ପ୍ରଥମ ଦିନରେ ସବୁଠୁ ଅଧିକ ବକ୍ସ ଅଫିସ୍ କଲେକ୍ସନ କରିଛି। ତୃତୀୟ ରେକର୍ଡଟି ହେଉଛି, ନବରାତ୍ରିରେ ରିଲିଜ୍ ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରଥମ ତିନି ଦିନରେ ସବୁଠୁ ଅଧିକ ରୋଜଗାର କରିଛି ‘ୱାର୍’। ଚତୁର୍ଥ ରେକର୍ଡ ହେଲା ପ୍ରଥମ ତିନି ଦିନରେ ହ୍ରିତିକ୍ ରୋଶନଙ୍କ ସବୁଠାରୁ ବଡ଼ ଓପନିଂ ଫିଲ୍ମ। ଟାଇଗର ଶ୍ରଫ୍ଙ୍କର ମଧ୍ୟ ସବୁଠୁ ବଡ଼ ଓପନିଂ ଫିଲ୍ମ ସାବ୍ୟସ୍ତ ହୋଇଛି। ଏବଂ ଶେଷ ରେକର୍ଡଟି ହେଉଛି, ନିର୍ଦ୍ଦେଶକ ସିଦ୍ଧାର୍ଥଙ୍କର ମଧ୍ୟ ଏହା ସବୁଠୁ ବଡ଼ ଓପନିଂ ଫିଲ୍ମ, ରିଲିଜର ପ୍ରଥମ ତିନି ଦିନରେ।