ରାଜ୍ୟରେ ଦିନକରେ ଗଲା ଆଉ ୬ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ କିଛିଦିନ ହେବ କରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ୱସ୍ତି ମିଳିଛି। ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି। ଲଗାତାର କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୧୦ ତଳେ ରହୁଛି। ଯାହା ରାଜ୍ୟବାସୀଙ୍କ ପାଇଁ ଗୋଟିଏ ଭଲ ଖବର। ଆଜି ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା।

ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ୱର, ବୌଦ୍ଧ, କଟକ, ନୟାଗଡରୁ ଜଣେ ଲେଖାଁଏଙ୍କ ମୃତ୍ୟୁ ଘଟିଥିବା ବେଳେ ସୁବର୍ଣ୍ଣପୁରରୁ ୨ ଜଣଙ୍କ ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୧୪୧କୁ ବୃଦ୍ଧି ପାଇଛି।