ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। ଭୁବନେଶ୍ୱର ୟୁନିଟ-୬, କ୍ୟାପିଟାଲ ହାଇସ୍କୁଲ୍, ୟୁନିଟ-୯ ଗାର୍ଲସ୍ ହାଇସ୍କୁଲ, ଆଇଆରସି ଭିଲେଜ ସ୍କୁଲ ପରିଦର୍ଶନ କରିଛନ୍ତି ୫ଟି ସଚିବ।


ସ୍କୁଲ ଶିକ୍ଷକଙ୍କ ସହ ଆଲୋଚନା କରିବା ସହ ଅନ୍ୟାନ୍ୟ ଭିତ୍ତିଭୂମି ପଚାରି ବୁଝିଛନ୍ତି। ବିଭିନ୍ନ ସ୍କୁଲରେ ଥିବା ଲାବ୍ରୋଟାରୀ, ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରି, କ୍ରୀଡା ଉପକରଣ ନେଇ ମଧ୍ୟ ପଚାରି ବୁଝିଛନ୍ତି। ଏଥିସହିତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ସୁବିଧାସୁଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ସଚିବ।