ରାଜ୍ୟରେ ପୁଣି ୫୯୫ ଜଣ କୋଭିଡ-୧୯ ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ରାଜ୍ୟରେ ୫୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୧୨୧ରେ ପହଞ୍ଚିଛି। ସେହିପରି କରୋନା ପଜିଟିଭ ଚିହ୍ନଟଙ୍କ ମଧ୍ୟରେ ୩୯୪ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୦୧ ଜଣ ଲୋକାଲରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୩୦ ଜଣ ରହିଛନ୍ତି। ସେହିପରି ଯାଜପୁରରୁ ୯୭ ଜଣ, ଖୋର୍ଦ୍ଧାରୁ ୭୬ ଜଣ, କୋରାପୁଟରୁ ୪୪ ଜଣ, ମାଲକାନଗିରିରୁ ୩୬ ଜଣ, ଗଜପତିରୁ ୨୦ ଜଣ, ମୟୂରଭଞ୍ଜରୁ ୧୪ ଜଣ, ଭଦ୍ରକ, କଟକ ଓ ବାଲେଶ୍ୱରରୁ ୧୧ ଜଣ ଲେଖାଏଁ, ପୁରୀରୁ ୧୦ ଜଣ, ସୁନ୍ଦରଗଡ଼ରୁ ୮ ଜଣ, ନୟାଗଡ଼ ଓ ଜଗତସିଂହପୁରରୁ ୫ ଜଣ ଲେଖାଏଁ, କଳାହାଣ୍ଡିରୁ ୪ ଜଣ, କେନ୍ଦୁଝର ଓ ବରଗଡ଼ରୁ ୩ ଜଣ ଲେଖାଏଁ, ରାୟଗଡ଼, ସମ୍ବଲପୁର ଓ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏଁ, ବଲାଙ୍ଗିରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮ ହଜାର ୩୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୬୭୭ ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।