ରାଜ୍ୟରେ ଆଜି ଆଉ ୫,୮୯୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୫,୮୯୬ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩,୩୩୨ଜଣ ଓ ସ୍ଥାନୀୟ ସଂକ୍ରମଣ ୨,୫୬୪ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୨୫ହଜାର ୧୧୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮୫୩, ଯାଜପୁରରୁ ୪୧୩, ଅନୁଗୁଳରୁ ୩୮୫, ବାଲେଶ୍ୱରରୁ ୩୭୩, ଭଦ୍ରକରୁ ୩୭୦, କଟକରୁ ୩୪୯, ଢେଙ୍କାନାଳରୁ ୩୦୬, ମୟୁରଭଞ୍ଜରୁ ୨୬୧, ପୁରୀରୁ ୨୪୧, କେନ୍ଦ୍ରାପଡ଼ାରୁ ୨୩୫, ଜଗତସିଂହପୁରରୁ ୨୩୨, ନୟାଗଡ଼ରୁ ୧୭୭, ନବରଙ୍ଗପୁରରୁ ୧୭୪ ଓ ରାୟଗଡ଼ା ଜିଲ୍ଲାରୁ ୧୬୬ଜଣ ରହିଛନ୍ତି। ସେହିପରି ଷ୍ଟେଟପୋଲରୁ ୧୪୫, କେଉଁଝରରୁ ୧୩୦, କୋରାପୁଟରୁ ୧୨୯, ମାଲକାନଗିରିରୁ ୧୧୬, ସୁନ୍ଦରଗଡ଼ରୁ ୧୧୩, ବରଗଡ଼ରୁ ୯୯, ସମ୍ବଲପୁରରୁ ୯୨, ବଲାଙ୍ଗିର ଓ ସୋନପୁରରୁ ୭୭ ଲେଖାଏଁ, ବୌଦ୍ଧରୁ ୭୩, କନ୍ଧମାଳରୁ ୬୫, ଝାରସୁଗୁଡ଼ାରୁ ୫୪, କଳାହାଣ୍ଡିରୁ ୫୩, ଗଜପତିରୁ ୪୪, ନୂଆପଡ଼ାରୁ ୩୭, ଗଞ୍ଜାମରୁ ୩୫ ଓ ଦେଓଗଡ଼ ଜିଲ୍ଲାରୁ ୨୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୨୫ହଜାର ୧୧୦ ହୋଇଥିବାବେଳେ ୪ଲକ୍ଷ ୪୭ହଜାର ୮୦୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୨୯୪ଜଣଙ୍କର ମୃତ୍ୟୁ ଘଟିଛି ଓ ୭୪ହଜାର ୧୭୨ଜଣ ଚିକିତ୍ସିତ ହେଉଛନ୍ତି।