ଦିନକରେ ଆଉ ୬,୭୩୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୬,୭୩୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩,୭୭୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨,୯୬୨ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩୨ହଜାର ୭୩୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୭୮୮, ସୁନ୍ଦରଗଡ଼ରୁ ୭୨୦, ଖୋର୍ଦ୍ଧାରୁ ୫୧୭, ବରଗଡ଼ରୁ ୪୦୫, ଯାଜପୁରରୁ ୩୭୪, କଟକରୁ ୩୬୨, ସମ୍ବଲପୁରରୁ ୩୦୯, ନବରଙ୍ଗପୁରରୁ ୨୮୩, ପୁରୀରୁ ୨୬୫, ବୌଦ୍ଧରୁ ୨୬୨, କଳାହାଣ୍ଡିରୁ ୨୪୧, କୋରାପୁଟରୁ ୨୧୯, ନୟାଗଡ଼ରୁ ୨୦୭, ଭଦ୍ରକରୁ ୨୦୬, ଗଞ୍ଜାମ ଜିଲ୍ଲାରୁ ୧୯୬ ଜଣ ରହିଛନ୍ତି। ସେହିପରି ଢେଙ୍କାନାଳରୁ ୧୭୮, ବଲାଙ୍ଗିରରୁ ୧୪୪, ରାୟଗଡ଼ାରୁ ୧୨୩, ଝାରସୁଗୁଡ଼ାରୁ ୧୨୦, ଜଗତସିଂହପୁରରୁ ୧୦୬, ଷ୍ଟେଟପୋଲରୁ ୧୦୨, ମାଲକାନଗିରିରୁ ୯୮, କନ୍ଧମାଳରୁ ୮୫, ଗଜପତିରୁ ୮୦, ସୋନପୁରରୁ ୮୨, ବାଲେଶ୍ୱରରୁ ୭୧, ଦେଓଗଡ଼ରୁ ୬୪, ନୂଆପଡ଼ାରୁ ୪୮, ମୟୁରଭଞ୍ଜରୁ ୩୪, କେନ୍ଦ୍ରାପଡ଼ା ଓ କେଉଁଝର ଜିଲ୍ଲାରୁ ୨୪ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୩୨ହଜାର ୭୩୯ ହୋଇଥିବାବେଳେ ୬ଲକ୍ଷ ୨୩ହଜାର ୬୨୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୬୧୮ଜଣଙ୍କର ମୃତ୍ୟୁ ଘଟିଛି ଓ ୧ଲକ୍ଷ ୬ହଜାର ୪୪୦ ଜଣ ଚିକିତ୍ସିତ ହେଉଛନ୍ତି।