ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୫୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହସ୍ତଗତ ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ସେହିଭଳି କଟକ ଜିଲ୍ଲାରେ ୫ ଓ ଜଗତସିଂହପୁର ଜିଲାରୁ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ଯାଜପୁର ଜିଲ୍ଲାରୁ ୪, କେନ୍ଦୁଝର ଜିଲ୍ଲାରୁ ୬ ଓ ପୁରୀ ଜିଲ୍ଲାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟର କେନ୍ଦ୍ରାପଡା ଜିଲ୍ଲାରେ ୨ ଜଣ କରୋନା ସଂକ୍ରମିତଙ୍କର ଜୀବନ ଯାଇଥିବାବେଳେ ଝାରସୁଗୁଡ଼ା, ଅନୁଗୁଳ, ବଲାଙ୍ଗିର, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।