ରାଜ୍ୟରେ ସୁସ୍ଥ ହେଲେ ଆଉ ୫,୨୮୧ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୫,୨୮୧ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୮ଲକ୍ଷ ୩୫ହଜାର ୧୩୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୮୦୦, କଟକରୁ ୫୧୦, ଯାଜପୁରରୁ ୩୦୮, ବାଲେଶ୍ୱରରୁ ୨୮୬, କେନ୍ଦ୍ରାପଡ଼ାରୁ ୨୮୫, ମୟୁରଭଞ୍ଜରୁ ୨୭୬, ଅନୁଗୁଳରୁ ୨୫୩, ଭଦ୍ରକରୁ ୨୪୪, ପୁରୀରୁ ୨୩୧, ବୌଦ୍ଧରୁ ୨୧୩, ସୁନ୍ଦରଗଡ଼ରୁ ୨୦୪, ଜଗତସିଂହପୁରରୁ ୧୮୭, ଢେଙ୍କାନାଳରୁ ୧୬୯,ଷ୍ଟେଟପୋଲରୁ ୧୫୧ ଓ କୋରାପୁଟ ଜିଲ୍ଲାରୁ ୧୪୪ଜଣ ରହିଛନ୍ତି। ସେହିପରି ନବରଙ୍ଗପୁରରୁ ୧୩୪, ନୟାଗଡ଼ରୁ ୧୦୯, ବରଗଡ଼ରୁ ୧୦୪, ରାୟଗଡ଼ାରୁ ୧୦୩, କେଉଁଝରରୁ ୮୪, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୭୧, ମାଲକାନଗିରିରୁ ୬୮, ସୋନପୁରରୁ ୫୭, ବଲାଙ୍ଗିର, ଗଞ୍ଜାମ ଓ ସମ୍ବଲପୁରରୁ ୪୧ ଲେଖାଏଁ, ଗଜପତିରୁ ୩୧, ଝାରସୁଗୁଡ଼ାରୁ ୨୪, ଦେଓଗଡ଼ରୁ ୨୧ ଓ ନୂଆପଡ଼ା ଜିଲ୍ଲାରୁ ୧୫ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୭୩ହଜାର ୯୨୫ ହୋଇଥିବାବେଳେ ୮ଲକ୍ଷ ୩୫ହଜାର ୧୩୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୫୫୦ଜଣଙ୍କର ମୃତ୍ୟୁ ଘଟିଛି ଓ ୩୫ହଜାର ୨୪୩ଜଣ ଚିକିତ୍ସିତ ହେଉଛନ୍ତି।