ରାଜ୍ୟରେ ଚିହ୍ନଟ ହେଲେ ଆଉ ୫,୨୩୫ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବାର ପରିଲକ୍ଷିତ ହୋଇଛି। ଗତ ୨୪ ଘଣ୍ଟାରେ ୫,୨୩୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି। ନୂତନ ସଂକ୍ରମିତଙ୍କ ମଧ୍ୟରେ ୨,୯୫୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨,୨୭୮ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡିଛି।

ଆଜି ଅନୁଗୁଳରୁ ୨୭୭, ବାଲେଶ୍ୱରରୁ ୩୨୦, ବରଗଡରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗିରରୁ ୪୧, ବୌଦ୍ଧରୁ ୮୩, କଟକରୁ ୫୫୭, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଜଗତସିଂହପୁରରୁ ୧୪୮, ଯାଜପୁରରୁ ୩୯୪, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭ ଓ କେନ୍ଦ୍ରାପଡାରୁ ୨୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି କେନ୍ଦୁଝରରୁ ୧୧୫, ଖୋର୍ଦ୍ଧାରୁ ୭୨୬, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡ଼ରୁ ୧୩୨, ନୂଆପଡାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୋନପୁରରୁ ୩୪, ସୁନ୍ଦରଗଡରୁ ୨୫୧ ଓ ଷ୍ଟେଟ ପୁଲରୁ ୧୨୪ ଜଣ ପଜିଟିଭ ଅଛନ୍ତି।

ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧କୁ ବୃଦ୍ଧି ପାଇଛି। ସେମଧ୍ୟରୁ ୭ ଲକ୍ଷ ୭୨ ହଜାର ୯୭୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବାବେଳେ ୬୬ ହଜାର ୨୨୬ଟି ସକ୍ରିୟ ମାମଲା ରହିଛି। ଏବେ ସୁଦ୍ଧା ୧ କୋଟି ୨୫ ଲକ୍ଷ ୨୩ ହଜାର ୨୪୧ଟି ନମୁନା କୋଭିଡ-୧୯ ପରୀକ୍ଷା ପାଇଁ ସଂଗ୍ରହ ହୋଇଛି।