ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ ଜଣଙ୍କର ମୃତ୍ୟୁ ଘଟିଛି।
ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୧୧, ଯାଜପୁରରୁ ୫, କଟକରୁ ୯, ପୁରୀ, ମାଲକାନଗିରିରୁ ଜଣେ ଲେଖାଏଁ, ଜଗତସିଂହପୁର, ଅନୁଗୁଳ ଓ ସମ୍ବଲପୁରରୁ ୨ଜଣ ଲେଖାଏଁ ଓ ମୟୁରଭଞ୍ଜରେ ୩ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ସର୍ବାଧିକ ୧୧ ଜଣ ଲେଖାଏଁ ନୟାଗଡ଼ ଓ କଳାହାଣ୍ଡି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।
ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩କୁ ଛୁଇଁଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥଥିବା ଜଣାପଡ଼ିଛି।