୫୦ତମ ଭାରତୀୟ ଅନ୍ତରାଷ୍ଟ୍ରିୟ ଫିଲ୍ମ ମହୋତ୍ସବ ଆରମ୍ଭ

ପଞ୍ଜି,ଏଜେନ୍ସି: ଭାରତୀୟ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ସ୍ୱର୍ଣ୍ଣ ଜୟନ୍ତୀ ବୁଧବାର ଠାରୁ ଗୋଆର ପଞ୍ଜିଠାରେ ଆରମ୍ଭ ହୋଇଯାଇଛି। ତେବେ ଏହି ମହୋତ୍ସବର ଉଦଘାଟନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କରିଥିବା ବେଳେ ସରକାର ପିଲ୍ମ ନିର୍ମାଣକାରୀଙ୍କୁ ଆକର୍ଷିତ କରିବା ପାଇଁ ସିଙ୍ଗଲ ୱଣ୍ଡୋ ସିଷ୍ଟମ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି। ପୂର୍ବରୁ ଭାରତରେ ଫିଲ୍ମ କରିବା ପାଇଁ ୨୦ରୁ ୨୫ଟି ଅନୁମତି ନେବାକୁ ପଡୁଥିଲା, ତାହା ବର୍ତ୍ତମାନ ଏକା ଥରକେ ହେବ। ଯାହା ଦ୍ୱାରା ଅନ୍ତରାଷ୍ଟ୍ରୀୟ ଫିଲ୍ମ ନିର୍ମାତା ମାନଙ୍କୁ ଭାରତରେ ସହଜରେ ଫିଲ୍ମ କରିପାରିବେ।

ସେହିପରି ଏହି ଫିଲ୍ମ ମହୋତ୍ସବରେ ଅନେକ କଲରଫୁଲ ଷ୍ଟାର ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଉକ୍ତ ଉତ୍ସବର ମୁଖ୍ୟ ଅତିଥି ଅମିତାଭ ବଚନ ଓ ରଜନୀକାନ୍ତ ଯୋଗ ଦେଇଥିଲେ। ଏଥି ସହ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଂବତ, ପରିବେଶ ଓ ବନବିଭାଗ ମନ୍ତ୍ରୀ ବାବୁଲ ସୁପ୍ରିଓ, ସୂଚନା ପ୍ରସାରଣ ସଚିବ ଅମିତ ଖେର, ସେନସର ବୋଡର ମୁଖ୍ୟ ପ୍ରସୁନ ଜୋଶୀ, ପ୍ରସାର ଭାରତିର ଚେୟାରମ୍ୟାନ ଡ. ଏ ସୂର୍ଯ୍ୟ ପ୍ରକଶ ସମେତ ଅନେକ ଗଣମାଧ୍ୟମ ବ୍ୟକ୍ତି ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଗାୟକ ଶଙ୍କର ମହାଦେବନ ଏବଂ ତାଙ୍କ ବ୍ୟାଣ୍ଡ ଫ୍ୟୁଜନ୍ ମ୍ୟୁଜିକର ଥିମ ପ୍ରସ୍ତୁତି କରିଥିଲେ। ଏହିପରି କାର୍ଯ୍ୟର ଆରମ୍ଭରେ ଗୋଆର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା।

ତେବେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବର ସ୍ୱର୍ଣ୍ଣ ଜୟନ୍ତୀର ପ୍ରତୀକ ଭାବେ ଆଇକନ ଅଫ୍ ଦ ଗୋଲଡେନ ଜୁବଲି ପୁରସ୍କାର ଭାରତୀୟ ଫିଲ୍ମ କ୍ଷେତ୍ରରେ ଉତ୍କୃଷ୍ଟ ଯୋଗାଦା ପାଇଁ ରଜନୀକାନ୍ତଙ୍କୁ ଦିଆଯାଇଛି।

ସେହିପରି ଫ୍ରେଞ୍ଚ ସିନେମାର ଅଭିନେତ୍ରୀ ଇସାବେଲା ହୁପେଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ଇସାବେଲା ହୁପେ ୧୨୦ଟି ଫିଲ୍ମରେ ଅଭିନୟ କରିସାରିଥିବା ବେଳେ ୧୬ଟି ନାମାଙ୍କନ ସହ ସିଜର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।