ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଖବର ଆସିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛନ୍ତି। ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୨ ଜଣ ଥିବାବେଳେ, ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ ଅଛନ୍ତି। ସେହିପରି ଭଦ୍ରକ ଜିଲ୍ଲାରୁ ୫, ଯାଜପୁର ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଯାଇଥିବା ଜଣାପଡ଼ିଛି।
ଆଜି ସୁସ୍ଥ ହୋଇଥିବା ୫୦ ଜଣଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟରେ ୩୯୩ ଜଣ କୋରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇସାରିଥିବା ଜଣାପଡିଛି।