ଶିକ୍ଷା ବ୍ୟବସ୍ଥାରେ ୫-ଟିକୁ ନୀତି ଆୟୋଗଙ୍କ ପ୍ରଶଂସା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟ ସରକାରଙ୍କ ଟ୍ରାନଫର୍ମେସନ, ଟେକ୍ନୋଲୋଜି, ଟିମ୍ୱାର୍କ, ଟ୍ରାନ୍ସପରାନ୍ସି ଏବଂ ଟାଇମ ଲାଇନ୍ (୫-ଟି)କୁ ନୀତି ଆୟୋଗ ପ୍ରଶଂସା କରିବା ସହିତ ଏହାଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆସିଥିବା ନେଇ ଟୁଇଟ୍ କରିଛନ୍ତି।

ନୀତି ଆୟୋଗ ପକ୍ଷରୁ ଟୁଇଟ୍ କରି ଦର୍ଶାଯାଇଛି ଯେ ୫-ଟି କାର୍ୟ୍ୟକାରୀ ଦ୍ୱାରା ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଏହାଦ୍ୱାରା ବ୍ୟବସ୍ଥାରେ ପରିବର୍ତନ ଆସିପାରିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାର ମାନ ବଢିବା ସହିତ ବିଦ୍ୟାଳୟରେ ଶୈଖିକ ପରିବେଶ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଭାବରେ ଶିକ୍ଷାଲାଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।