ରାଜ୍ୟରେ ଭିତରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟ ଭିତରେ ୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଘୋଷଣା ହୋଇଛି। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍, ସମ୍ବଲପୁର-ଖୋର୍ଦ୍ଧା ରୋଡ୍ -ସମ୍ବଲପୁର ସ୍ପେଶାଲ ଟ୍ରେନ୍, ଭୁବନେଶ୍ୱର-କରୋପୁଟ-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍। ଜୁନ୍ ୮ରୁ ଜୁନ୍ ୩୦ଯାଏ ଚଳାଚଳ କରିବ ଏହି ୫ଟି ସତ୍ୱତନ୍ତ୍ର ଟ୍ରେନ୍। ପ୍ରତି ଶନିବାର ଓ ରବିବାର ସଟଡାଉନ ଯୋଗୁ ଏହି ସ୍ପେଶାଲ ଟ୍ରେନ୍ ବନ୍ଦ ରହିବ ବୋଲି ସୂଚନା ମିଳିଛି। ସ୍ପେଶାଲ ଟ୍ରେନ୍ ପାଇଁ ଟିକଟ ରିଜର୍ଭସନ୍ କାଉଂଟର ଆଇଆରଟିସି ପକ୍ଷରୁ ମିଳିବ।