ଭୁବନେଶ୍ୱରରୁ ସୁସ୍ଥ ହେଲେ ଆଉ ୪୭୧ କରୋନା ଆକ୍ରାନ୍ତ, ୧୦୬୨ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ବହୁ ଦିନ ପରେ ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫ଶହ ତଳକୁ ଖସିଛି। ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଆଉ ୪୭୧ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମିତଙ୍କ ମଧ୍ୟରେ ଲୋକାଲରୁ ୩୫୩ ଜଣ ଚିହ୍ନଟ ହୋଇଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୧୧୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ପଟିଆ ଓ ପୁରୁଣା ବଜାରରୁ ସର୍ବାଧିକ ୧୫ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୧୦୬୨ ଜଣ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି।

ଏଥିସହିତ ଭୁବନେଶ୍ୱରରେ ମୋଟ କୋଭିଡ ସଂକ୍ରମଣ ସଂଖ୍ୟା ୭୨ ହଜାର ୩୫୪ରେ ପହଞ୍ଚିଛି। ସେଥିରୁ ୫୯ ହଜାର ୯୦୮ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୩୨୮ ଜଣଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ରାଜଧାନୀରେ ୧୨ ହଜାର ୯୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।