ଏସସିବିରେ ୪୭ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ

କଟକ,ଏନ୍ଏନ୍ଏସ୍: ସ୍ଥାନୀୟ ଏସସିବି ମେଡିକାଲର ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡରେ ୪୩ ଜଣ ଏବଂ ଆଇସିୟୁରେ ୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଥିବାବେଳେ ୭୪ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ୧୮ଟି ନମୁନା ପଜିଟିଭ୍ ବାହାରିଛି। ଚିହ୍ନଟ ରୋଗୀମାନଙ୍କ ମଧ୍ୟରେ ବାଲେଶ୍ୱରର ୩, ଭଦ୍ରକର ୩, କଟକର ୪, ଜଗତସିଂହପୁରର ୨, ଯାଜପୁରର ୧, କେନ୍ଦ୍ରାପଡାର ୨, କେଉଁଝରର ୧, ମୟୂରଭଞ୍ଜର ୧, ନୟାଗଡର ୧ ବୋଲି ଜଣାପଡିଛି। କଟକର ୪ଟି ପଜିଟିଭ୍ ରକ୍ତ ନମୁନାରେ ବଡମ୍ବା, ପିତାପଡା, କଣି ଓ ଗଣିପୁରର ଗୋଟିଏ ଲେଖାଏ ବୋଲି ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।