ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ଜୱାଦ୍’ ବାତ୍ୟାର ମୁକାବିଲା ପାଇଁ ୪୬ଟି ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ସମେତ ୩ ରାଜ୍ୟକୁ ୪୬ଟି ଏନଡିଆରଏଫ୍ ଟିମ୍ ପଠାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ଟିମ୍ ମୁତୟନ କରାଯାଇଛି। ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍ ରଖାଯାଇଛି। ସ୍ଥଳ ବିଶେଷରେ ଏୟାରଲିଫ୍ଟର ଆବଶ୍ୟକ ପଡ଼ିବେ। ଏନେଇ ଏନଡିଆରଏଫ୍ ଡିଜି ଅତୁଲ କରୱାଲ ସୂଚନା ଦେଇଛନ୍ତି।