ଦେଶରେ ଗତ ୨୪ ଘଣ୍ଟାରେ ୪୪,୦୫୯ ନୂତନ କରୋନା ରୋଗୀ ଚିହ୍ନଟ, ୫୧୧ ଜଣ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଜାରି ରହିଛି ମହାମାରୀ କରୋନା ଆତଙ୍କ। ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧,୩୯,୮୬୫କୁ ବୃଦ୍ଧି ପାଇଛି। ସେହିପରି ଆଉ ୫୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୪୩,୪୮୬ ଥିବାବେଳ ୮୫,୬୨,୬୪୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହ ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୩୩,୭୩୮କୁ ବୃଦ୍ଧି ପାଇଛି। ଦେଶରେ କରୋନା ମୃତ୍ୟୁ ହାର ୧.୪୬% ରହିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ଆକ୍ରାନ୍ତ ହାର ୪.୮୫ ପ୍ରତିଶତ ରହିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।