ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୪,୧୫୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୮ଲକ୍ଷ ୪୮ହଜାର ୯୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୩୫, କଟକରୁ ୫୩୭, ବାଲେଶ୍ୱରରୁ ୩୬୪, ଯାଜପୁରରୁ ୩୦୮, ପୁରୀରୁ ୨୫୧, ଅନୁଗୁଳରୁ ୧୬୮, ଭଦ୍ରକରୁ ୧୬୫, ମୟୁରଭଞ୍ଜରୁ ୧୫୪, ଜଗତସିଂହପୁରରୁ ୧୨୯, ନୟାଗଡ଼ରୁ ୧୨୫, ଷ୍ଟେଟପୋଲରୁ ୧୦୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୨ଜଣ ରହିଛନ୍ତି। ସେହିପରି କଳାହାଣ୍ଡିରୁ ୯୨, ଢେଙ୍କାନାଳରୁ ୮୫, ନବରଙ୍ଗପୁରରୁ ୮୧, ବରଗଡ଼ରୁ ୮୦, କେନ୍ଦ୍ରାପଡ଼ାରୁ ୭୨, କୋରାପୁଟରୁ ୭୦, ମାଲକାନଗିରିରୁ ୬୪, ବୌଦ୍ଧ ଓ ସୋନପୁରରୁ ୫୯ ଲେଖାଏଁ, ରାୟଗଡ଼ାରୁ ୫୫, ବଲାଙ୍ଗିରରୁ ୫୩, କନ୍ଧମାଳରୁ ୪୮, ଗଜପତିରୁ ୪୩, କେଉଁଝରରୁ ୪୦, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୮, ନୂଆପଡ଼ାରୁ ୨୧, ଦେଓଗଡ଼ରୁ ୨୦ ଓ ଝାରସୁଗୁଡ଼ା ଜିଲ୍ଲାରୁ ୧୦ଜଣ ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୮୩ହଜାର ୪୯୦ ହୋଇଥିବାବେଳେ ୮ଲକ୍ଷ ୪୮ହଜାର ୯୬୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୬୭୧ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୦ହଜାର ୮୦୬ ଜଣ ଚିକିତ୍ସିତ ହେଉଛନ୍ତି।