ଭୁବନେଶ୍ୱରରେ ଆଉ ୪ ଆକ୍ରାନ୍ତ, ୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨ଜଣ ଓ ସ୍ଥାନୀୟ ସଂକ୍ରମଣ ୨ଜଣ ରହିଛନ୍ତି। ଅନ୍ୟପଟେ ୩ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୮୪ ହୋଇଥିବାବେଳେ ୩୧ ହଜାର ୩୧୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୦୧ ଜଣଙ୍କ ଚିକିତ୍ସା ଜାରି ରହିଛି।