ଭୁବନେଶ୍ୱରରେ ୪ ଆକ୍ରାନ୍ତ : ୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଉ ୪ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୨ଜଣ, ୟୁନିଟ-୪ ଓ କଳିଙ୍ଗ ବିହାରରୁ ଜଣେ ଲେଖାଏଁ ରହିଛନ୍ତି। ଅନ୍ୟପଟେ ୫ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୭୫ ହୋଇଥିବାବେଳେ ୩୧ହଜାର ୬୩୨ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୨୪୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୪ ଜଣ ଚିକିତ୍ସିତ ହେଉଛନ୍ତି।