କରୋନାରେ ପ୍ରାଣ ହାରଇଲେ ଆଉ ୪ ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା ୧୮ ଶହ ନିକଟରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୭୯୮ରେ ପହଞ୍ଚିଛି।

ତେବେ ଏହି କରୋନା ମୃତକଙ୍କ ମଧ୍ୟରେ ବରଗଡ଼, ଖୋର୍ଦ୍ଧା, ମାଲକାନଗିରି ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ରହିଛନ୍ତି।