really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଊନବିଂଶ ଶତାବ୍ଦୀର କବି ଭୀମଭୋଇଙ୍କ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ ଯାହା କି ଜାତିସଂଘର ମୁଖ୍ୟାଳୟ କାନ୍ଥରେ ଖୋଦେଇ ହୋଇଛି ତାହା ଆଜି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପ୍ରଭାବିତ କରିଛି। ଓଡ଼ିଶା ହେଉଛି ସଂସ୍କୃତିର ଗନ୍ତାଘର। କାବ୍ୟରେ ଓଡ଼ିଶାର ଏକ ଉଚ୍ଚ ପରମ୍ପରା ରହିଛି।
ଅନ୍ୟତମ ଅତିଥି ଭାବେ ଯୋଗଦେଇ ଇଣ୍ଡିଆନ୍ କାଉନସିଲ୍ ଫର୍ କଲଚରାଲ୍ ରିଲେସନ୍ସର ମହାନିର୍ଦ୍ଦେଶକ ଅଖିଳେଶ ମିଶ୍ର କହିଲେ, କବିତା ମାଧ୍ୟମରେ ଆମମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି କରାଯାଇପାରେ। ବିଶ୍ୱରେ ଶାନ୍ତି ଓ ଭ୍ରାତୃତ୍ୱ ଭାବ ସୃଷ୍ଟିକରି ଆମକୁ କବିତା ଗୋଟିଏ ସୂତ୍ରରେ ବାନ୍ଧି ରଖିପାରେ। କବିତା ହେଉଛି ଆମମାନଙ୍କ ମଧ୍ୟରେ ସମ୍ପର୍କର ସେତୁ। ଭାରତୀୟ କବିତା ବହୁ ପ୍ରାଚୀନ। ଋଗ୍ ବେଦ ହେଉଛି ସବୁଠାରୁ ପ୍ରାଚୀନ କବିତା ଯାହା କି, ଆମମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଏକତା ପ୍ରତିଷ୍ଠା କରିଛି ବୋଲି ଶ୍ରୀ ମିଶ୍ର କହିଥିଲେ।
ବିଶ୍ୱ କବି ସମ୍ମିଳନୀର ସଭାପତି ଡ. ମଉରସ ୟଙ୍ଗ କହିଲେ, ଭାରତ ହେଉଛି କବିତାର ଭୂମି। ବିଶ୍ୱକୁ କବିତାରେ ଭାରତର ଅତୁଳନୀୟ ଅବଦାନ ରହିଛି। ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାର୍ଲ୍ଡ ଆକାଡେମୀ ଅଫ୍ ଆର୍ଟସ ଆଣ୍ଡ କଲ୍ଚର (ୱାକ୍)ର ସାଧାରଣ ସଂପାଦିକା ଡ. ମାରିଆ ଇଉଜେନିଆ ସୋବେରାନିସ୍ ଧନ୍ୟବାଦ ଅର୍ପଣ କରିଥିଲେ।