Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରାଜ୍ୟରେ ଆଉ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରାଜ୍ୟରେ ଆଉ ୩୯୯୬ କରୋନା ଆକ୍ରାନ୍ତ ଚିହ୍ନଟ, ୧୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ମୋଟ୍ ୩୯୯୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ସଂଗରୋଧ କେନ୍ଦ୍ରରୁ ୨୩୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ମୋଟ୍ ୧୬୩୭ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ବି ରେକର୍ଡ କରିଛି ଖୋର୍ଦ୍ଧା ଜିଲ୍ଲା। ସେହିପରି ରାଜ୍ୟରେ ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣ ହାନି ହୋଇଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୬୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୫୪, ପୁରୀରୁ ୨୭୯, ବାଲେଶ୍ୱରରୁ ୨୦୯, ମୟୂରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୫୧, ଅନୁଗୁଳରୁ ୧୩୮, କେନ୍ଦ୍ରାପଡ଼ାରୁ ୧୩୦, ବଲାଙ୍ଗିରରୁ ୧୨୪, ଜଗତସିଂହପୁରରୁ ୧୨୨, ଯାଜପୁରରୁ ୧୧୯, ଭଦ୍ରକରୁ ୧୧୨, ରାୟଗଡ଼ାରୁ ୧୦୫, ନୂଆପଡ଼ାରୁ ୧୦୩, ବରଗଡ଼ରୁ ୯୭, କୋରାପୁଟରୁ ୯୩, ସମ୍ବଲପୁର ଓ ସୋନପୁରରୁ ୯୧ ଲେଖାଏଁ, ଗଞ୍ଜାମରୁ ୮୯, ସୁନ୍ଦରଗଡ଼ରୁ ୮୮, ଢ଼େଙ୍କାନାଳରୁ ୮୭, ଝାରସୁଗୁଡ଼ାରୁ ୭୯, ନୟାଗଡ଼ରୁ ୭୭, କେନ୍ଦୁଝରରୁ ୬୦, କଳାହାଣ୍ଡିରୁ ୫୮, ମାଲକାନଗିରି ଓ କନ୍ଧମାଳରୁ ୪୭ ଲେଖାଏଁ, ବୌଦ୍ଧରୁ ୩୯, ଗଜପତିରୁ ୨୫ ଓ ଦେବଗଡ଼ରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଜିଲ୍ଲାର ଲୋକ ଅନ୍ୟ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସଂଖ୍ୟା ୨୦୬ ବୋଲି ଜଣାପଡ଼ିଛି।

ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୧୭ରେ ପହଞ୍ଚିଛି। ସେଥିରୁ ୧ ଲକ୍ଷ ୮ ହଜାର ୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୩୪ ହଜାର ୪୫୮ ଜଣ ସକ୍ରିୟ ଅଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି କରୋନାରେ ଆକ୍ରାନ୍ତ ଥିବା ଆଉ ୧୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହି ନୂତନ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାର ୫ ଜଣ, ପୁରୀର ୩ ଜଣ, ମୟୂରଭଞ୍ଜର ୨ ଜଣ ଓ କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରର ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୬୦୫ରେ ପହଞ୍ଚିଛି।