ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୯୯୧ କରୋନା ଆକ୍ରାନ୍ତ ଚିହ୍ନଟ; ୧୧ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୩,୯୯୧ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨,୩୧୫ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଥିବାବେଳେ ୧,୬୭୬ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୬୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୯୨, ପୁରୀରୁ ୩୩୨, ବଲାଙ୍ଗିରରୁ ୧୮୦, ବରଗଡ଼ରୁ ୧୬୯, ମୟୂରଭଞ୍ଜରୁ ୧୬୦, ଯାଜପୁରରୁ ୧୪୮, କେନ୍ଦ୍ରାପଡ଼ାରୁ ୧୪୭, କୋରାପୁଟରୁ ୧୨୭, ନବରଙ୍ଗପୁରରୁ ୧୨୫, ଅନୁଗୁଳରୁ ୧୧୪, ଜଗତସିଂହପୁରରୁ ୧୦୯, ସମ୍ବଲପୁର ୧୦୪, ଢ଼େଙ୍କାନାଳରୁ ୧୦୧, ସୁନ୍ଦରଗଡ଼ରୁ ୯୮, ନୂଆପଡ଼ାରୁ ୯୬, ଗଞ୍ଜାମରୁ ୯୫, ଭଦ୍ରକରୁ ୮୨, କେନ୍ଦୁଝରରୁ ୮୧, ସୋନପୁର, ବାଲେଶ୍ୱର ଓ କଳାହାଣ୍ଡିରୁ ୭୪ ଜଣ ଲେଖାଏଁ, ରାୟଗଡ଼ା ୫୮, କନ୍ଧମାଳରୁ ୫୭, ଝାରସୁଗୁଡ଼ାରୁ ୪୯, ନୟାଗଡ଼ରୁ ୪୮, ବୌଦ୍ଧରୁ ୪୧, ମାଲକାନଗିରିରୁ ୧୯ ଓ ଦେବଗଡ଼ ଓ ଗଜପତିରୁ ୧୮ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଜିଲ୍ଲାର ଲୋକ ଅନ୍ୟ ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସଂଖ୍ୟା ୧୧୪ ବୋଲି ଜଣାପଡ଼ିଛି।
ଏଥିସହିତ ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୩୯,୧୨୧ରେ ପହଞ୍ଚିଛି। ସେଥିରୁ ୧,୦୫,୨୯୫ ସୁସ୍ଥ ଓ ୩୩,୧୮୨ ଜଣ ସକ୍ରିୟ ଅଛନ୍ତି।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି। ଏହି ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ଗଞ୍ଜାମ, ମାଲକାନଗିରି, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ୫୯୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଲାଣି।