ରାଜ୍ୟରେ ଦିନକରେ ୩୯୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ କମୁଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେନ୍‌ଟାଇନ ସେଣ୍ଟରର ୨୨୮ ଜଣ ଓ ସ୍ଥାନୀୟ ୧୬୫ ଜଣ ରହିଛନ୍ତି। ଫଳରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୫୭ରେ ପହଞ୍ଚିଛି।

ଆଜିର କରୋନା ରିପୋର୍ଟ ଅନୁସାରେ ଅନୁଗୁଳରୁ ସର୍ବାଧିକ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ସମୁଦାୟ ସଂକ୍ରମଣ ମଧ୍ୟରୁ ୩ ଲକ୍ଷ ୧୮ ହଜାର ୬୮୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩ ହଜାର ୨୧୪ ଜଣ ଚିକିତ୍ସାଧୀନ ଅଛନ୍ତି।