ରାଜ୍ୟରେ ଦିନକରେ ୩,୮୬୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୦ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏଥିସହିତ ପୁଣି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୮୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ୨,୨୭୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ ୧,୫୮୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ସେହିପରି ଦିନକରେ ଆଉ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟରେ ପୁଣି ସର୍ବାଧିକ ୭୬୭ କରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୩୮୬, ଯାଜପୁରରୁ ୨୮୫, ପୁରୀରୁ ୨୦୦, ଝାରସୁଗୁଡ଼ାରୁ ୧୯୯, ବରଗଡ଼ରୁ ୧୭୬, ରାୟଗଡ଼ାରୁ ୧୫୩, ମୟୂରଭଞ୍ଜରୁ ୧୨୨, ଅନୁଗୁଳରୁ ୧୨୦, ସୋନପୁରରୁ ୧୧୭, ବାଲେଶ୍ୱରରୁ ୧୦୫, ସୁନ୍ଦରଗଡ଼ରୁ ୯୬, ଗଞ୍ଜାମରୁ ୯୧, କୋରାପୁଟ ଓ ଜଗତସିଂହପୁରରୁ ୮୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୩, ସମ୍ବଲପୁରରୁ ୭୭, ବଲାଙ୍ଗିରରୁ ୭୫, ଭଦ୍ରକ ଓ ଢ଼େଙ୍କାନାଳରୁ ୭୪ ଜଣ ଲେଖାଏଁ, କେନ୍ଦୁଝରରୁ ୬୬, ନୟାଗଡ଼ରୁ ୫୭, ନୂଆପଡ଼ାରୁ ୪୮, ନବରଙ୍ଗପୁରରୁ ୪୪, ମାଲକାନଗିରିରୁ ୩୩, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୨୫, ବୌଦ୍ଧରୁ ୨୨, ଗଜପତିରୁ ୧୪ ଓ ଦେବଗଡ଼ରୁ ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲରୁ ୧୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ରେ ପହଞ୍ଚିଛି। ସେଥିରୁ ୯୬,୩୬୪ ଜଣ ସୁସ୍ଥ ହୋଇଥିବାବେଳେ ୩୦,୯୧୯ ଜଣ ସକ୍ରିୟ ଅଛନ୍ତି।

ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୩ ଜଣ ଓ କଟକ, ବାଲେଶ୍ୱର, ଭୁବନେଶ୍ୱର, କଳାହାଣ୍ଡି, କୋରାପୁଟ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୪୬ରେ ପହଞ୍ଚିଛି।