ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୩୬୨ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଏହି ଖବର ରାଜ୍ୟବାସୀଙ୍କ ପାଇଁ ଖୁସୀର ବିଷୟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୯୮.୬ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ୩୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୨୧ ହଜାର ୩୦୯ରେ ପହଞ୍ଚିଛି।

ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୦ ଜଣ, ସୁନ୍ଦରଗଡ଼ରୁ ୪୦ ଜଣ, ପୁରୀରୁ ୨୨ ଜଣ, କଟକରୁ ୨୧ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, ବାଲେଶ୍ୱରରୁ ୧୯ ଜଣ, ବରଗଡ଼ରୁ ୧୮ ଜଣ, ଅନୁଗୁଳରୁ ୧୭ ଜଣ, କଳାହାଣ୍ଡିରୁ ୧୭ ଜଣ, ମୟୂରଭଞ୍ଜରୁ ୧୭ ଜଣ, ସମ୍ବଲପୁରରୁ ୧୬ ଜଣ, ଯାଜପୁରରୁ ୧୪ ଜଣ, ରାୟଗଡ଼ାରୁ ୧୩ ଜଣ, ବଲାଙ୍ଗିରରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦୁଝରରୁ ୯ ଜଣ, ଜଗତସିଂହପୁରରୁ ୭ ଜଣ, ଗଞ୍ଜାମରୁ ୬ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, ମାଲକାନଗିରିରୁ ୬ ଜଣ, ଭଦ୍ରକରୁ ୪ ଜଣ, ବୌଦ୍ଧରୁ ୪ ଜଣ, ନୟାଗଡ଼ରୁ ୩ ଜଣ, ନୂଆପଡ଼ାରୁ ୩ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୨ ଜଣ, କୋରାପୁଟରୁ ୨ ଜଣ, ନବରଙ୍ଗପୁରରୁ ୨ ଜଣ, ଗଜପତିରୁ ଜଣେ, ସୋନପୁରରୁ ଜଣେ ଏବଂ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି।