ରାଜଧାନୀରେ ୩୪୧ ଆକ୍ରାନ୍ତ: କ୍ୱାରେଣ୍ଟାଇନରୁ ୫୯ ଓ ସ୍ଥାନୀୟ ସଂକ୍ରମଣ ୨୮୨

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୩୪୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୫୯ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮୨ଜଣ ରହିଛନ୍ତି। ଅନ୍ୟପଟେ ୩୬୩ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ହଜାର ୫୬୩ ହୋଇଥିବାବେଳେ ୮୮ହଜାର ୭୬୭ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪୫୫ଜଣଙ୍କର ମୃତ୍ୟୁ ଘଟିଛି ଓ ୧୩୨୦ଜଣ ଚିକିତ୍ସିତ ହେଉଛନ୍ତି।