ଦିନକରେ ୩,୪୦୫ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩,୪୦୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୪୨ଜଣ ଓ ସ୍ଥାନୀୟ ସଂକ୍ରମଣ ୧୪୬୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୯ହଜାର ୫୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୦୦, ଯାଜପୁରରୁ ୩୯୧, ବାଲେଶ୍ୱରରୁ ୨୯୬, କଟକରୁ ୨୩୦, ମୟୁରଭଞ୍ଜରୁ ୧୮୭, ଅନୁଗୁଳରୁ ୧୮୩, ଭଦ୍ରକରୁ ୧୭୯, ପୁରୀରୁ ୧୪୧, ଜଗତସିଂହପୁରରୁ ୧୨୯, ନୟାଗଡ଼ରୁ ୯୭, କେଉଁଝରରୁ ୮୯, ନବରଙ୍ଗପୁରରୁ ୮୩, ଷ୍ଟେଟପୋଲରୁ ୭୬, ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୩ଜଣ ରହିଛନ୍ତି। ସେହିପରି ମାଲକାନଗିରିରୁ ୭୨, ବରଗଡ଼ରୁ ୬୬, କୋରାପୁଟରୁ ୬୩, ବୌଦ୍ଧରୁ ୫୯, ଗଜପତିରୁ ୫୮, କନ୍ଧମାଳରୁ ୫୫, ଢେଙ୍କାନାଳ ଓ କଳାହାଣ୍ଡିରୁ ୫୪ ଲେଖାଏଁ, ସୁନ୍ଦରଗଡ଼ରୁ ୪୮, ରାୟଗଡ଼ାରୁ ୪୫, ସମ୍ବଲପୁରରୁ ୩୮, ଗଞ୍ଜାମରୁ ୩୬, ନୂଆପଡ଼ାରୁ ୨୮, ସୋନପୁରରୁ ୨୪, ଦେଓଗଡ଼ରୁ ୨୩, ବଲାଙ୍ଗିରରୁ ୧୮ ଓ ଝାରସୁଗୁଡ଼ା ଜିଲ୍ଲାରୁ ୯ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୯ହଜାର ୫୨୬ ହୋଇଥିବାବେଳେ ୮ଲକ୍ଷ ୪ହଜାର ୯୮୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୩୮୮ଜଣଙ୍କର ମୃତ୍ୟୁ ଘଟିଛି ଓ ୫୧ହଜାର ୧୦୪ଜଣ ଚିକିତ୍ସିତ ହେଉଛନ୍ତି।