ରାଜଧାନୀରୁ ଆଜି ୩୩୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫୬୭୯ରେ ପହଞ୍ଚିଛି।

ଏଥିମଧ୍ୟରୁ ୩୨୮୮୧ଜଣ ସୁସ୍ଥ ହୋଇଥିବାବେଳେ ୨୫୦ଜଣଙ୍କର ମୃତ୍ୟୁ ହୋଇଛି। ୨୫୨୭ଟି ଆକ୍ଟିଭ କେଶ ରହିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୪୮ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାଳେ ୨୯୦ ଜଣ ସ୍ଥାନୀୟବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ରାଜଧାନୀରୁ ୧୨୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।