ଭୁବନେଶ୍ୱରରେ ୩୨୭ ଆକ୍ରାନ୍ତ: ୮୨୫ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୩୨୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫ଜଣ ଓ ସ୍ଥାନୀୟ ସଂକ୍ରମଣ ୨୮୭ଜଣ ରହିଛନ୍ତି। ଅନ୍ୟପଟେ ୮୨୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ହଜାର ୨୦୮ ହୋଇଥିବାବେଳେ ୮୧ହଜାର ୭୯୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩୮୮ଜଣଙ୍କର ମୃତ୍ୟୁ ଘଟିଛି ଓ ୩ହଜାର ୪ଜଣ ଚିକିତ୍ସିତ ହେଉଛନ୍ତି।