ଦିନକରେ ଚିହ୍ନଟ ହେଲେ ଆଉ ୩୨୨୨ ଜଣ କରୋନା ପଜିଟିଭ, ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି। ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୮୩୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୮୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧାକୁ କଟକ ଟପିଯାଇଛି।

ସୂଚନା ଅନୁଯାୟୀ ଆଜି ଅନୁଗୁଳରୁ ୯୧, ବାଲେଶ୍ୱରରୁ ୨୦୮, ବରଗଡରୁ ୨୪, ଭଦ୍ରକରୁ ୧୪୧, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୧୬, କଟକରୁ ୬୧୯, ଦେବଗଡରୁ ୭, ଢେଙ୍କାନାଳରୁ ୪୧, ଗଜପତିରୁ ୯, ଗଞ୍ଜାମରୁ ୨୪, ଜଗତସିଂହପୁରରୁ ୨୧୨, ଯାଜପୁରରୁ ୧୯୦, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୨୫ ଓ କନ୍ଧମାଳରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କେନ୍ଦ୍ରାପଡାରୁ ୧୭୯, କେନ୍ଦୁଝରରୁ ୬୪, ଖୋର୍ଦ୍ଧାରୁ ୪୨୨, କୋରାପୁଟରୁ ୫୩, ମାଲକାନଗିରିରୁ ୬୬, ମୟୂରଭଞ୍ଜରୁ ୧୯୫, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୧୧୪, ନୂଆପଡାରୁ ୧୬, ପୁରୀରୁ ୧୮୮, ରାୟଗଡାରୁ ୬୧, ସମ୍ବଲପୁରରୁ ୩୧, ସୋନପୁରରୁ ୧୨, ସୁନ୍ଦରଗଡରୁ ୬୬ ଓ ଷ୍ଟେଟ ପୁଲରୁ ୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯କୁ ବୃଦ୍ଧି ପାଇଛି। ସେଥିରୁ ୮ ଲକ୍ଷ ୮୦ ହଜାର ୯୯୭ ଜଣ ସୁସ୍ଥ ହୋଇଥିବାବେଳେ ୩୦ ହଜାର ୯୫୦ ଜଣ ଚିକିତ୍ସାଧୀନ ଅଛନ୍ତି।