ରାଜଧାନୀରେ ୩୧୧ କରୋନାରେ ସଂକ୍ରମିତ: କ୍ୱାରେଣ୍ଟାଇନରୁ ୬୬ ଓ ସ୍ଥାନୀୟ ସଂକ୍ରମଣ ୨୪୫

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଆଉ ୩୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬ଜଣ ଓ ସ୍ଥାନୀୟ ସଂକ୍ରମଣ ୨୪୫ଜଣ ରହିଛନ୍ତି। ଅନ୍ୟପଟେ ୧୨୪ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଆଜିର ୩୧୧ଜଣଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ହଜାର ୮୯୦ ହୋଇଥିବାବେଳେ ୩୨ହଜାର ୬୩୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୫୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୯୮୧ଜଣ ଚିକିତ୍ସିତ ହେଉଛନ୍ତି।