ପ୍ଲାଜମା ନେଇ ସୁସ୍ଥ ହେଲେ ଗଞ୍ଜାମର ୩ କରୋନା ରୋଗୀ ରାଜ୍ୟ By Nitidin On Jul 28, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୀବନ ରକ୍ଷାକାରୀ ସାଜିଛି ପ୍ଲାଜମା ଥେରାପି। ଗଞ୍ଜାମ ଜିଲ୍ଲାର ଟାଟା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୩ଜଣ ରୋଗୀ ପ୍ଲାଜମା ନେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଉଦ୍ୟମ ଯୋଗୁ ଏମାନେ ସୁସ୍ଥ ହୋଇଥିବାରୁ ସେମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଯାଇଛି। ଏଥିସହିତ କରୋନାରୁ ଆରୋଗ୍ୟ ଲାଭ କରିଥିବା ସମସ୍ତଙ୍କୁ ପ୍ଲାଜମା ଦାନ କରିବା ପାଇଁ ଆଗେଇ ଆସିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। Share