ରାଜ୍ୟରେ ଆଉ ୨୯୧୨ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ଦୈନିକ ସଂକ୍ରମଣ। ଆଜି (ଶୁକ୍ରବାର) ରାଜ୍ୟରେ ୨୯୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୬୭୫ ଜଣ ଚିହ୍ନଟ ହୋଇଥିବାବେଳେ ୧୨୩୭ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ବଲାଙ୍ଗିରରୁ ୧୨, ବରଗଡରୁ ୩୧, ଭଦ୍ରକରୁ ୧୩୬, ବୌଦ୍ଧରୁ ୧୮, ଦେଓଗଡରୁ ୪, କଟକରୁ ୩୮୨, ଢେଙ୍କାନାଳରୁ ୪୨, ଗଜପତିରରୁ ୧୩, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୨୯, ଝାରସୁଗୁଡାରୁ ୧୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୭୧, କେନ୍ଦୁଝରରୁ ୭୦, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୂରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡରୁ ୧୪୦, ନୂଆପଡାରୁ ୮,ପୁରୀରୁ ୧୬୧, ରାୟଗଡାରୁ ୫୨, ସମ୍ବଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୁଲରୁ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ଲକ୍ଷ ୯୩ ହଜାର ୫୦୮ ଜଣ ସଂକ୍ରମିତ ହୋଇସାରିଛନ୍ତି। ରାଜ୍ୟରେ ବର୍ତ୍ତମାନ ୩୩ ହଜାର ୧୫୬ଟି ସକ୍ରିୟ ମାମଲା ରହିଛି। ରାଜ୍ୟରେ ୮ ଲକ୍ଷ ୫୬ ହଜାର ୪୯୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।