ଗୋଟିଏ ଗାଁରୁ ୨୯ ପଜିଟିଭ ଚିହ୍ନଟ

ନୂଆପଡ଼ା,ଏନ୍ଏନ୍ଏସ୍: ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ। ନୂଆପଡ଼ା ଜିଲ୍ଲା ସୀନାପାଲି ବ୍ଲକର ଗୋଟିଏ ଗାଁରୁ ୨୯ ଜଣ ଗ୍ରାମବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସୂଚନା ଅନୁସାରେ, ସିନାପାଲି ବ୍ଲକ୍ ଗୋଡାଲ ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମଣପଡ଼ା ଗ୍ରାମର ୫୬ ଜଣଙ୍କ ନମୂନା ନିଆଯାଇ ଥିଲା। ତନ୍ମଧ୍ୟରୁ ଆଜି ୨୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ସିନାପାଲି ସ୍ୱାସ୍ଥ୍ୟ ଅଧିକାରୀ ତାରାକାନ୍ତ ଦାସ ସୂଚନା ଦେଇଛନ୍ତି। ପ୍ରକାଶ ଯୋଗ୍ୟ ଯେ,  ଦୁଇଦିନ ତଳେ ଉକ୍ତ ଗ୍ରାମର ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ଜଣକ ଅନ୍ୟମାନଙ୍କ ସହ ମିଳାମିଶା କରିଥିବା କାରଣରୁ ଅବା ଅନ୍ୟ କେଉଁ କାରଣରୁ ସଂକ୍ରମଣ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ। ଏନେଇ ବିଭାଗୀୟ ଅଧିକାରୀ ଶ୍ରୀଦାସଙ୍କୁ ପଚାରିବାରୁ ତଦନ୍ତ ଚାଲିଛି , କିପରି ଏଠାରେ ହଠାତ୍ ବହୁମାତ୍ରାରେ ପଜିଟିଭି ଦେଖାଦେଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ବୋଲି କହିଥିଲେ। ସମ୍ପୃକ୍ତ ଗ୍ରାମଟି ଛତିଶଗଡ଼ ସୀମାନ୍ତ ହୋଇଥିବାରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।