ଏନଏଲୟୁଓର ଓଡ଼ିଶା ପିଲାଙ୍କ ୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ ପାଇଁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକସ୍ଥିତ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟରେ ଓଡ଼ିଶା ଛାତ୍ର ମାନଙ୍କ ପାଇଁ ରାଜ୍ୟ କୋଟା ଲାଗୁ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ସଚିବ ସମ୍ପୃକ୍ତ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖି ଜଣାଇଛନ୍ତି । ଓଡ଼ିଶା ପିଲାମାନଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ରଖିବା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବା ପାଇଁ ଚିଠିରେ ଦର୍ଶାଯାଇଛି ।