ଦିନକରେ ୨,୪୮୭ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨,୪୮୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୨୮ଜଣ ଓ ସ୍ଥାନୀୟ ସଂକ୍ରମଣ ୧୦୫୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୨୭ହଜାର ୧୮୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪୨୨, ଖୋର୍ଦ୍ଧାରୁ ୪୦୭, ଯାଜପୁରରୁ ୨୦୨, ବାଲେଶ୍ୱରରୁ ୧୫୭, ପୁରୀରୁ ୧୫୪, ଜଗତସିଂହପୁରରୁ ୧୨୬, ଭଦ୍ରକରୁ ୧୧୩, ମୟୁରଭଞ୍ଜରୁ ୧୦୩, କେନ୍ଦ୍ରାପଡ଼ାରୁ ୮୭, ନୟାଗଡ଼ରୁ ୮୦ ଓ ଷ୍ଟେଟପୋଲରୁ ୭୬, କେଉଁଝରରୁ ୬୮, ଅନୁଗୁଳ ଓ ଢେଙ୍କାନାଳରୁ ୫୯ ଲେଖାଏଁ ଓ ମାଲକାନଗିରି ଜିଲ୍ଲାରୁ ୫୪ଜଣ ରହିଛନ୍ତି । ସେହିପରି କୋରାପୁଟରୁ ୫୨, ସୁନ୍ଦରଗଡ଼ରୁ ୨୮, ରାୟଗଡ଼ା ଓ ସମ୍ବଲପୁରରୁ ୨୬ ଲେଖାଏଁ, କନ୍ଧମାଳ ଓ ନବରଙ୍ଗପୁରରୁ ୨୩ ଲେଖାଏଁ, ବରଗଡ଼ରୁ ୨୨, ବଲାଙ୍ଗିରରୁ ୧୬, ଗଞ୍ଜାମ ଓ ସୋନପୁରରୁ ୧୪ ଲେଖାଏଁ, ବୌଦ୍ଧ ଓ ଝାରସୁଗୁଡ଼ାରୁ ୧୨ ଲେଖାଏଁ, ଗଜପତିରୁ ୧୧, ଦେଓଗଡ଼ରୁ ୯, କଳାହାଣ୍ଡିରୁ ୭ ଓ ନୂଆପଡ଼ା ଜିଲ୍ଲାରୁ ୫ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୨୭ହଜାର ୧୮୬ ହୋଇଥିବାବେଳେ ୮ଲକ୍ଷ ୯୪ହଜାର ୧୦୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୨୯୯ ଜଣଙ୍କର ମୃତ୍ୟୁ ଘଟିଛି ଓ୨୮ହଜାର ୭୩୦ଜଣ ଚିକିତ୍ସିତ ହେଉଛନ୍ତି।