ରାଜଧାନୀରୁ ପୁଣି ୨୪ ପଜିଟିଭ ଚିହ୍ନଟ, ୧୧ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୨୪୩ରେ ପହଞ୍ଚିଛି। ଏମଧ୍ୟରୁ ୩୧୮୪୨ ଜଣ ସୁସ୍ଥ ହୋଇଥିବା ବେଳେ ୨୫୦ଜଣଙ୍କର ମୃତ୍ୟୁ ହୋଇଛି।

୧୩୦ଟି ଆକ୍ଟିଭ କେଶ ରହିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୩ ଜଣ ଚିହ୍ନଟ ହୋଇଥିବବେଳେ ୨୧ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ୱରରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।