ଆଜି ଭୁବନେଶ୍ୱରରୁ ୨୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୩ ସୁସ୍ଥ ରାଜ୍ୟ By Nitidin On Oct 18, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରଜ୍ୟ ସହିତ ରାଜଧାନୀରେ ମଧ୍ୟ କରୋନା ସ୍ଥିତି ସୁଧୁରୁଛି। ଆଜି ଭୁବନେଶ୍ୱରରେ ୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୧୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ୧୮୨ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରେ ପଟିଆରୁ ୧୨ ଜଣ, ଖଣ୍ଡଗିରି ଓ ନୟାପଲ୍ଲୀରୁ ୯ ଜଣ ଲେଖାଏଁ, ନିଳାଦ୍ରିବିହାର, ଡୁମୁଡୁମା, ଜାଗମରା, ଟଙ୍କପାଣିରୋଡ, ରସୁଲଗଡ଼ ଓ ପାତ୍ରପଡ଼ାରୁ ୬ ଜଣ ଲେଖାଏଁ ଥିବା ଜଣାପଡ଼ିଛି। ସେହିପରି କ୍ୱାରେଣ୍ଟାଇ ସେଣ୍ଟରରୁ ଆଜି ୫୧ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭,୨୨୮ରେ ପହଞ୍ଚିଛି। ସେଥିରୁ ୨୪,୧୪୩ ଜଣ ଆରୋଗ୍ୟ ହୋଇସାରିଥିବାବେଳେ ୧୩୭ ଜଣଙ୍କ ପ୍ରାଣହାନି ହୋଇସାରିଛି। ଅନ୍ୟପଟେ ୨,୯୨୭ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। Share