Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୨୨ ସୁଦ୍ଧା ସୌରଶକ୍ତିରୁ ଆସିବ ୨୨୦୦ ମେଗାୱାଟ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୨୨ ସୁଦ୍ଧା ସୌରଶକ୍ତିରୁ ଆସିବ ୨୨୦୦ ମେଗାୱାଟ୍

ହିଣ୍ଡାଲକୋର ସବୁଜ ଅଭିଯାନ: ଓଡ଼ିଶା ସରକାରଙ୍କୁ ବଢ଼ାଇଛି ସହାୟତାର ହାତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୌରଶକ୍ତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଦିତ୍ୟ ବିର୍ଲା ଗ୍ରୁପ୍ କଂପାନି ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସମ୍ବଲପୁର ଜିଲ୍ଲାର ଲପଙ୍ଗା ଠାରେ ୨୪ ମେଗାୱାଟ୍ର ସୋଲାର ପାୱାର ପ୍ଲାଂଟ୍ ସ୍ଥାପନ କରାଯାଇଛି। ଓଡ଼ିଶା ସରକାରଙ୍କ ଗ୍ରାଣ୍ଡ୍ ସ୍କିମ ସହିତ ଏହା ଖାପଖାଉଛି। ୨୦୨୨ ସୁଦ୍ଧା ଓଡ଼ିଶା ସ୍ୱପ୍ନ ରଖିଥିବା ୨୭୫୦ ମେଗାୱାଟ୍ର ସ୍ଥାପିତ ଅକ୍ଷୟ ଶକ୍ତି କ୍ଷମତା ମଧ୍ୟରୁ ୨୨୦୦ ମେଗାୱାଟ୍ ସୌର ଶକ୍ତିରୁ ଆସିବ।

ନିକଟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ଏହି ପ୍ଲାଂଟ ୧୫୧ କୋଟି ଟଙ୍କା ବିନିଯୋଗରେ କରାଯାଇଥିବା ୧୪୪ ଏକର ଜମିରେ ସ୍ଥାପନ କରାଯାଇଛି। ଲପଙ୍ଗା ଠାରେ ଏହି କାର୍ଯ୍ୟକୁ ଆଦିତ୍ୟ ଆଲୁମିନିୟମର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ କୈଳାଶ ପାଣ୍ଡେ ସମ୍ପାଦନ କରିଥିଲେ। ଏହି ସୌର ପ୍ରକଳ୍ପରୁ ଉତ୍ପାଦିତ ହେବାକୁ ଥିବା ବିଦ୍ୟୁତ ଶକ୍ତିକୁ ଆଦିତ୍ୟ ଆଲୁମିନିୟମ ତରଫରୁ ଏହାର ଆଲୁମିନିୟମ ସ୍ମେଲଟିଂ ପ୍ରକ୍ରିୟାରେ ବିନିଯୋଗ କରାଯିବ। ସବୁଜ ଶକ୍ତିକୁ ବ୍ୟବହାର କରି ଏହି ୟୁନିଟ୍ କିଛିଟା ପ୍ରୋତ୍ସାହନ ହାସଲ କରିପାରିବ।

ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୧୬ ଅନୁସାରେ ରାଜ୍ୟରେ ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାପଟିଭ୍ ପାୱାର ପ୍ଲାଂଟ୍ ରହିଛି ଯେଉଁଗୁଡ଼ିକ ହେଉଛନ୍ତି କୃତଜ୍ଞ ସଂସ୍ଥା ଏବଂ ସେମାନଙ୍କୁ ଓଡ଼ିଶା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୌର କ୍ରୟ ଆବଶ୍ୟକତା (ଏସ୍ପିଓ) ପୂରଣ କରିବାକୁ ପଡ଼ିଥାଏ। ଏହି ସଂସ୍ଥାଗୁଡ଼ିକୁ ନିଜର ଏସ୍ପିଓ ପୂରଣ କରିବା ଲାଗି ନିଜସ୍ୱ ସୌର ପ୍ରକଳ୍ପ ସ୍ଥାପନ କରିବାକୁ ପଡ଼ିଥାଏ କିମ୍ବା ସେମାନେ ରାଜ୍ୟ ପାଣ୍ଠି ସହାୟତାରେ ସ୍ଥାପିତ ହୋଇଥିବା ସଂସ୍ଥା ଠାରୁ ସୌର ଶକ୍ତି କ୍ରୟ କରିଥାନ୍ତି। ଓଡ଼ିଶାରେ ହାରାହାରି ସୌର ବିକିରଣ ବର୍ଗ କିମି ପିଛା ୫.୫ କିଲୋୱାଟ୍ ରହିଥିବା ବେଳେ ହାରାହାରି ସିୟୁଏଫ୍ (କାପାସିଟି ୟୁଟିଲାଇଜେସନ୍ ଫ୍ୟାକ୍ଟର) ଜିଲ୍ଲା ପାଇଁ ୧୫-୧୭ ପ୍ରତିଶତ ଓ ପ୍ରତିବର୍ଷ ୩୦୦ ସ୍ପଷ୍ଟ ଖରା ପାଗ ରହୁଛି।

ପ୍ରଦୂଷଣ ମୁକ୍ତ ସବୁଜ ଶକ୍ତିର ଅନେକ ଲାଭ ରହିଛି ଏବଂ ଏହାର ନିଜସ୍ୱ ଭାଗର ଆହ୍ୱାନ ମଧ୍ୟ ରହିଛି ବୋଲି ଆଲୁମିନିୟମ ଉତ୍ପାଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରିଥିବା କୈଳାଶ ପାଣ୍ଡେ କହିଛନ୍ତି। “ସ୍ମେଲଟର ପାଇଁ ନିରନ୍ତର ଲୋଡ୍ ନେଟ୍ୱର୍କ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଦରକାର। ଆଦିତ୍ୟ ଆଲୁମିନିୟମ ପାଇଁ ଏହି ଲୋଡ୍ ଆବଶ୍ୟକତା ହେଉଛି ୬୫୮ ମେଗାୱାଟ୍ ଯାହା ହେଉଛି ବହୁତ। ଯେହେତୁ ସୌର ଶକ୍ତି ଉପରେ ବିଦ୍ୟୁତ ଉତ୍ପନ୍ନ ନିର୍ଭର କରେ ତେଣୁ ସୋଲାର ପ୍ଲାଂଟ୍ ବିଦ୍ୟୁତରେ ଅସ୍ଥିରତା ଏକ ସ୍ୱାଭାବିକ ବିଷୟ।

ମେଘୁଆ ପାଗ, ବର୍ଷା ଆଦି ମଧ୍ୟ ବିଦ୍ୟୁତରେ ବ୍ୟାପକ ଅସ୍ଥିରତା ଆଣିଥାଏ ବୋଲି ପାଣ୍ଡେ କହିଛନ୍ତି।’’ ଯେହେତୁ ଆମେ ଗ୍ରିଡ୍ ସହିତ ସଂଯୋଗରେ ଅଛୁ ତେଣୁ ବଏଲର୍ ସ୍ଥିରତା ଏବଂ ବିଦ୍ୟୁତ ଆମଦାନି ଓ ରପ୍ତାନି ଦୃଷ୍ଟିରୁ ଏହି ବିଦ୍ୟୁତ ଅସ୍ଥିରତା ସମୟରେ ଟର୍ବୋ ଜେନେରେଟର୍କୁ ନିୟନ୍ତ୍ରଣ କରିବା ଏକ ବହୁତ ବଡ଼ କାର୍ଯ୍ୟ।’’ ଗ୍ରିଡ୍ ଆଇଲ୍ୟାଣ୍ଡିଂ ଏବଂ ବିଦ୍ୟୁତ ଚାଲିଯିବା ସମୟରେ ଲୋଡ୍ ଏବଂ ଜେନେରେସନ୍ ମ୍ୟାନେଜମେଂଟ୍ ହେଉଛି ଅନ୍ୟତମ ଆହ୍ୱାନ। ଏସବୁ ସତ୍ୱେ ଆଦିତ୍ୟ ଆଲୁମିନିୟମ ଏଭଳି କିଛି ପଦକ୍ଷେପ ଗ୍ରହଣ କରିଛି ଯାହା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିଛି ବୋଲି ଶ୍ରୀ ପାଣ୍ଡେ କହିଛନ୍ତି।

କମ୍ପୋଜିଟ ଆଇଲ୍ୟାଣ୍ଡିଂ ଓ ଲୋଡ୍ ମ୍ୟାନେଜମେଂଟ୍ ସିଷ୍ଟମ୍(ସିଆଇଏଲ୍ଏମ୍ଏସ୍) ନାମକ ଇଟେଂଲିଜେଂଟ୍ ଲୋଡ୍ ସେଡିଂ ସିଷ୍ଟମ୍ ଜରିଆରେ ବିଦ୍ୟୁତରେ ଅସ୍ଥିରତାର ସଠିକ୍ ଯତ୍ନ ନିଆଯାଉଛି। ଶେଷରେ, ସୌର ଶକ୍ତି ସୃଷ୍ଟି ଆଦିତ୍ୟ ଆଲୁମିନିୟମକୁ ସକ୍ଷମ କରିଛି ଏବଂ ପ୍ରତି ବଦଳରେ ହିଣ୍ଡାଲ୍କୋ ସବୁଜ ଆଲୁମିନିୟମ ଉତ୍ପାଦନ କରୁଛି ଯାହା ପରବର୍ତି ସମୟରେ ବ୍ୟବସାୟରେ ନିରନ୍ତରତା ଆଣିବ।