ଭୁବନେଶ୍ୱର,ଏନ୍ଏନ୍ଏସ୍ : ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଲୋକସେବା ଭବନର ସମ୍ମଳନୀ କକ୍ଷରେ ୫ମାର୍ଚ୍ଚ ୨୦୨୦ରେ ରାଜ୍ୟ ସ୍ତରୀୟ ପଂଚାୟତିରାଜ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସରେ ମାନ୍ରବର ମୁଖ୍ରମନ୍ତ୍ରୀ, ମାନ୍ୟବର ବାଚସ୍ପତି , ମାନ୍ରବର ଅର୍ଥମନ୍ତ୍ରୀ, ମାନ୍ୟବର ଯୋଜନା ଓ ସମନ୍ୱୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ, ମାନ୍ୟବର ସାଂସଦ ବୃନ୍ଦ, ବିଧାୟକ ବୃନ୍ଦ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ ବୃନ୍ଦ ଏବଂ ଅନ୍ୟାନ୍ୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସମାରୋହରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ରାଜ୍ୟରେ ପଂଚାୟତିରାଜ ଅନୁଷ୍ଠାନ ଗୁଡ଼ିକୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର ପରଗ୍ଳ୍ନା ସମ୍ବନ୍ଧରେ ଆଲୋଚନା କରିବା ସହିତ ରାଜ୍ୟରେ କ୍ଷମତାର ବିକେନ୍ଦ୍ରୀକରଣ କରିବା ଲକ୍ଷରେ ରାଜ୍ୟ ସରକାରଙ୍କ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ।
ରାଜ୍ୟ ଗ୍ରାମାଞ୍ଚରେ କଚ୍ଚା ଘରେ ବାସ କରୁଥିବା ୨୦ଲକ୍ଷ ପରିବାରଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ସଫଳତା ହାସଲ କରାଯାଇଛି। ଏହି ସଫଳତାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସଗ କରି କହିଥିଲେ ଯେ, ଗ୍ରାମାଞ୍ଚଳରେ ରହୁଥିବା ପ୍ରତ୍ୟେକ ନାଗରିକର ମୁଣ୍ଡ ଉପରେ ଖଣ୍ଡେ ଭଲ ଛାତ ଥାଉ। ଏହା ଥିଲା ଜନନାୟକ ବିଜୁବାବୁଙ୍କ ଅଭିଳାଷ। ଏହାକୁ ପୂରଣ କରିବା ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ୱାନକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟକୁ କଚ୍ଚାଘର ମୁକ୍ତ କରିବା ଲକ୍ଷ୍ୟରେ ଉଦ୍ରମ ଆରମ୍ଭ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରମାଞ୍ଚଳର ଯୋଗ୍ୟ ୨୦ଲକ୍ଷ ପରିବାରଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଯେଉଁମାନଙ୍କୁ ପ୍ରାଥମିକତା ଭିତିରେ ପର୍ଯ୍ୟାୟକ୍ରମେ ପକ୍କାଘର ଯୋଗଇ ଦିଆଯିବ। ଏହି ଅବସରରେ ମାନ୍ରବର ମୁଖ୍ୟମନ୍ତ୍ରୀ ୯ଜଣ ହିତାଧିକାରୀଙ୍କୁ ପକ୍କାଘର ଯୋଗ୍ୟତା କାର୍ଡ ଅଧିକାର ପତ୍ର ବଂଟନ କରିଥିଲେ।