ଭୁବନେଶ୍ୱର,ଏନ୍ଏନ୍ଏସ୍: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ତେବେ ୨୩ ଘଣ୍ଟା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଛି ଭିଜିଲାନ୍ସ ଟିମ୍। ଗତକାଲି ସକାଳ ୭ ଟାରୁ ଚାଲିଥିଲା ଏହି ରେଡ କରାଯାଇଥିବା ବେଳେ ଆଜି ସକାଳ ୬ଟାରେ ଚଢଉ ସାରି ଫେରିଛି ଭିଜିଲାନ୍ସ ଟିମ୍। କିଛି ଟଙ୍କା ସହ ଅଧିକ ପରିମାଣରେ ସୁନା ଗହଣା ମିଳିଥିବା ସୁଚନା ମିଳିଛି।
ସୂଚନା ଅନୁସାରେ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ସକାଳ ୭ଟାରେ ଏକକାଳୀନ ୧୫ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ। ରେଡ୍ ବେଳେ ତାଙ୍କର ଜଣେ ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ ହୋଇଛି। ପୂର୍ବରୁ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ଡିସେମ୍ବର ୪ରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ, ମେ ୧୨ରେ ଜେଲରୁ ବାହାରିଥିଲେ ପ୍ରଦୀପ।