ଓଡ଼ିଶାର ୨ ଗାଁ’କୁ ୟୁନେସ୍କୋ-ଆଇଓସି ମାନ୍ୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ଭାବ୍ୟ ସୁନାମିର ମୁକାବିଲା ପାଇଁ ପ୍ରସ୍ତୁତ ଓଡ଼ିଶାର ୨ଟି ଗାଁକୁ ୟୁନେସ୍କୋ-ଆଇଓସି (ଇଣ୍ଟରନ୍ୟାସନାନାଲ ଓସିଏନଓଗ୍ରାଫିକ୍ କମିସନ) ତରଫରୁ ମାନ୍ୟତା ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟାରାୟପୁର ଏବଂ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆ ସାହିକୁ ‘ସୁନାମି ରେଡି ଗାଁ’ ଭାବେ ଘୋଷଣା କରାଯାଇଛି।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାକୁ ଏହି ଅନ୍ତର୍ଜାତୀୟ ସମ୍ମାନ ମିଳିଛି। ୧୯୯୯ ମହାବାତ୍ୟା ପରଠାରୁ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ଏହି ୨ଟି ଗାଁର ପାରଦର୍ଶିତାକୁ ୟୁନେସ୍କୋ-ଆଇଓସି ପ୍ରଶଂସା କରିଛି। ଏନେଇ ଆଜି ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଏହି ୨ ଗାଁକୁ ସମ୍ମାନିତ କରାଯିବ ବୋଲି ଜଣାପଡ଼ିଛି।