ଜୁଲାଇ ୩୧ରେ ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ଜୁଲାଇ ୩୧ ତାରିଖରେ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ଫଳାଫଳ ପ୍ରକାଶ ପାଇବା ନେଇ ସୂଚନା ମିଳିଛି। ଆଉ ଜୁଲାଇ ୩୧ ପରେ କଳା ଓ ଧନ୍ଦାମୂଳକ ଫଳ ପ୍ରକାଶ ନେଇ ରାଜ୍ୟ ସରକାର ଅନୁମତି ଲୋଡ଼ିଛନ୍ତି। ଏନେଇ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର ହୋଇଥିବା ଜଣାପଡ଼ିଛି।