ଜାନୁଆରୀ ୨ରୁ ହେବ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷା ନେଇ ତାରିଖ ଘୋଷଣା କରାଯାଇଛି । ଜାନୁଆରୀ ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରାକ୍ଟିକାଲ ପରୀକ୍ଷା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାସହ ଥିଓରୀ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । କିନ୍ତୁ ଥିଓରୀ ପରୀକ୍ଷା ଫେବୃୟାରୀ ୧୬ରୁ ହେବାର ସମ୍ଭାବନା ରହିଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।