ବାଲେଶ୍ୱର, ଏନ୍ଏନ୍ଏସ୍: ବନ୍ୟ ଜନ୍ତୁ ଶିକାର କରିବା ଅଭିଯୋଗରେ ୨ ପୁଲିସ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ ଦୁଇଜଣ ହେଲେ ବାଲେଶ୍ୱର ସହଦେବଖୁଣ୍ଟା ଥାନାର କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ମଣ୍ଡେଇ ଓ ହେମନ୍ତ କୁମାର ମହାନ୍ତି ।
ସୂଚନା ଅନୁସାରେ , ଏହି ଦୁଇ କନେଷ୍ଟବଳ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଭିତରେ ପଶି ବନ୍ୟ ଜନ୍ତୁ ଶିକାର କରୁଥିଲେ । ରାତ୍ରୀ କାଳୀନ ପାଟ୍ରୋଲିଂ ସମୟରେ ଏହି ଦୁଇ ଜଣଙ୍କୁ ଗିରଫ କରିଛି ବନବିଭାଗ । ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୁଳି ଏବଂ ଏକ କୁଟୁରା ମଧ୍ୟ ଜବତ୍ କରାଯାଇଛି ।